ଏଥର ସମ୍ଭାଳ (ଗୁଣପୁର) – ଚନ୍ଦ୍ରୟାନ – ୨ ରେ ଜି.ଆଇ.ଇ.ଟି ର ପୂର୍ବତନ ବିଦ୍ୟାର୍ଥୀ ସାମିଲ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସାମିଲ ବିଦ୍ୟାର୍ଥୀ ଙ୍କ ପାରିବାରିକ ସୁଚନା କିମ୍ବା ସ୍ଥାନୀୟ ସୁଚନା ନଥାଇ କେବଳ ଜି.ଆଈ.ଇ.ଟି ର ବିଦ୍ୟାର୍ଥୀ ଭାବେ ଉପସ୍ଥାପନା କରି ସଂସ୍ଥା ର ନାମ କୁ ରୋଷନ୍ କରିବା ଦିଗ ରେ ପଣ୍ଡା ଚାଟୁକାର ଙ୍କ ଏହା ଏକ ବଳିଷ୍ଠ ଚାଲ ବୋଲି କୁହାବୋଲା ହେଉଛନ୍ତି ।

ବାପା ନା କୁ ଛାଡ଼ି ମଉସା ନା କୁ ରୋଷନ କରିବା କେତେ ଯେ ଯଥାର୍ଥ ବୋଲି କୁହାଯାଉଛି । ଚନ୍ଦ୍ରୟାନ ଉତକ୍ଷପଣ ହୋଇ ସପ୍ତାହ ବିତି ଯାଇ ବାସୀ ଖବର ପାଲଟିବା ପରେ ଏହା ପଣ୍ଡା ଚାଟୁକାର ଙ୍କ ପାଇଁ କିଭଳି ତାଜା ଖବର ପାଲଟିଲା ?

ପ୍ରକାଶିତ ଖବର ବିଦ୍ୟାର୍ଥୀ ଙ୍କ ଠାରୁ ରକ୍ତ ସଂଗ୍ରହ କରି , ବିଦ୍ୟାର୍ଥୀ ଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ କରି ଅନୁଷ୍ଠାନ ର ନାମ କୁ ବଢାଇବା ଛଡ଼ା ବିଦ୍ୟାର୍ଥୀ ଙ୍କ ପାଈଁ କଣ ଉତ୍ସର୍ଗିକୃତ କରିଛି ?

ଜି.ଆଈ.ଇ.ଟି ପରଦା ପଛ ର କାହାଣୀ ପ୍ରକାଶ ହେବା ପରେ ଏହା ଉପରେ ବାଦଲ ର ଛାୟା ଘୋଡାଇବା ଲାଗି ଏମାନ ଙ୍କ ଏହା ପ୍ରୟାସ ନୁହେଁ କି ? ଏଭଳି ଅନେକ ପ୍ରଶ୍ନ ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।

କଥା ଉଠିଛି ” ଚନ୍ଦନ କସ୍ତୁରୀ ହେଲେ ବୋଳାଇ , ଗ୍ରାମ ସୁକରୀ କି କେବେ ହୋଇବ ଗାଇ ” ! ଚନ୍ଦ୍ରୟାନ – ୨ ରେ ସାମିଲ ବିଦ୍ୟାର୍ଥୀ ଫେରିବା ପରେ ଚନ୍ଦ୍ର ରେ କଳଙ୍କ ଭାଗ ପାଇଁ ଆଉ କିଛି ଖୋରାକ ଜନତା ଦରବାର କୁ ଯୋଗାଇବ ବୋଲି ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here