!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଭବାନୀପାଟଣା)-ସକାଳ ୯ ଘଣ୍ଟା ସମୟରେ ଶ୍ରୀ ଶ୍ରୀ ବାଳଗୋପାଳ ମନ୍ଦିର କମିଟି, ମହାବୀରପଡା ଓ ନଗର ଯାଦବ ସମାଜ, ଭବାନୀପାଟଣା ପକ୍ଷରୁ ନଗର ପରିକ୍ରମା ବଡ ଆଡମ୍ବର ରେ ହୋଇଯାଇଅଛି l ଆସନ୍ତା ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥ୍ ଇଂ ତା. ୧୫.୦୮.୨୦୨୫ ରିଖ ଶୁକ୍ରବାର ଦିନ ଜନ୍ମାଷ୍ଟମୀ ପାଳନ ହୋଇଯାଇଛି। ପରବର୍ତ୍ତୀ ଶନିବାର ଦିନ ନଗର ଯାଦବ ସମାଜ, ଶ୍ରୀ ଶ୍ରୀ ବାଳଗୋପାଳ ମନ୍ଦିର କମିଟି, ମହାବୀର ପଡା, ଏବଂ ଯାଦବ ଯୁବ ସମାଜ ଆନୁକୂଲ୍ୟରେ ସ୍ଥାନୀୟ “ଶ୍ରୀ ଶ୍ରୀ ବାଳଗୋପାଳ ମନ୍ଦିର ପ୍ରାଙ୍ଗଣରେ ଶ୍ରୀକୃଷ୍ଣଙ୍କର ଜନ୍ମାଷ୍ଟମୀ ମହୋତ୍ସବ ଓ ନନ୍ଦୋତ୍ସବ” ଅବସରରେ ଏକ ବିରାଟ ଶୋଭାଯାତ୍ରା ସହ ନଗର ପରିକ୍ରମାର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି ବିରାଟ ନଗର ପରିକ୍ରମା ଯାତ୍ରା ସମୟରେ କୃଷ୍ନ ଚନ୍ଦ୍ର ବଗର୍ତୀ, ସୁଦାମ ବିଶି, ତ୍ରିଭୁବନ ଗଉଡ, ଅଙ୍କୁର ଯାଦବ, ଅଭିଷେକ ଗହୀର, ଭାରତ ଗହୀର, ରୋହିଣୀ କାନ୍ତ ଚଲାଣ, ଗୋବିନ୍ଦ ନାଗ, ଦେବେନ୍ଦ୍ର, ବିପିନ ବାଗ, ଏବଂ ବନବାଡ଼ି, କାଦୋମାଳ, ଓ କୀର୍ତ୍ତନ ମଣ୍ଡଳୀ, ସର୍ଗୀଗୁଡା, କାମଠଣା ସମସ୍ତ ଶ୍ରଦ୍ଧାଳୁ ଯାଦବ ଭାଇ ଭଉଣୀ ତଥା ସମସ୍ତ ପରିବାର ବର୍ଗ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ l
ଏହି ଶୋଭାଯାତ୍ରାରେ ଯାଦବ ଯୁବ ଭାଇ ମାନେ ବହୁ ସଂଖ୍ୟାରେ ଯୋଗ ଦାନ କରିଥିଲେ l ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମକୁ ମନେ ପକାଇବା ପାଇଁ ପବିତ୍ର ହିନ୍ଦୁ ପର୍ବ ଜନ୍ମାଷ୍ଟମୀ, ୨୦୨୫ରେ ମହା ଉତ୍ସାହର ସହିତ ପାଳନ l ଜନ୍ମାଷ୍ଟମୀ ମନ୍ଦ ଉପରେ ଭଲର ବିଜୟର ପ୍ରତୀକ। ଏହା କୃଷ୍ଣଙ୍କ ଜୀବନ, ଶିକ୍ଷା ଏବଂ ଦିବ୍ୟ କାର୍ଯ୍ୟକଳାପର ଏକ ଉତ୍ସବ, ଯାହା ଭକ୍ତମାନଙ୍କ ପାଇଁ ଖୁସି ଏବଂ ପରିପୂର୍ଣ୍ଣତା ଆଣିଥାଏ ବୋଲି ବିଶ୍ୱାସ କରାଯାଏ। ଏକ ଗୁରୁତ୍ୱପୂର୍ଣ୍ଣ ବିଧି ହେଉଛି କ୍ଷୀର, ଦହି, ଘିଅ, ମହୁ ଏବଂ ଜଳର ମିଶ୍ରଣ ସହିତ କୃଷ୍ଣ ମୂର୍ତ୍ତିକୁ ସ୍ନାନ କରାଇବା। ଝୁଲଣ ଉତ୍ସବ କୃଷ୍ଣ ମୂର୍ତ୍ତି ପାଇଁ ସଜ୍ଜିତ ଦୋଳା ପ୍ରଦାନ କରେ। ଦହି ହାଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ ଯେଉଁଠାରେ ଲୋକମାନେ ଦହି ପାତ୍ର ଭାଙ୍ଗିବା ପାଇଁ ମାନବ ପିରାମିଡ ଗଠନ କରନ୍ତି, ଯାହା କୃଷ୍ଣଙ୍କ ଖେଳୁଆଡ଼ ସ୍ୱଭାବର ପ୍ରତୀକ। ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରାୟତଃ କୃଷ୍ଣଙ୍କ ଜୀବନର କାହାଣୀଗୁଡ଼ିକୁ ଚିତ୍ରଣ କରୁଥିବା ନୃତ୍ୟ ନାଟକ ଅନ୍ତର୍ଭୁକ୍ତ, ଯାହାକୁ ରାସଲୀଳା କୁହାଯାଏ।

