Site icon Ethara Sambhala

କେସିଙ୍ଗା ବ୍ଲକ୍ ପ୍ରଶାସନ ର ଛାଡ଼ିନି ବିଜେଡ଼ି ପ୍ରୀତି ; ସାମ୍ୱାଦିକ ମାନଙ୍କୁ ଅଣଦେଖା…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋଜ କୁମାର ସିଂହ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଭବାନୀପାଟଣା)- କେସିଙ୍ଗା ବ୍ଲକ୍ ପ୍ରଶାସନ ର ଛାଡ଼ିନି ବିଜେଡ଼ି ପ୍ରୀତି ।ଗତ ବିଜେଡ଼ି ସରକାର ସମୟରେ ସାମ୍ୱାଦିକ ଙ୍କୁ ଲୋକସେବା ଭବନ ମନାଥିବା ବେଳେ ଏବେ ସରକାରୀ କାର୍ଯ୍ୟକ୍ରମକୁ ସରକାରୀ କାର୍ଯ୍ୟକ୍ରମକୁ ସାମ୍ୱାଦିକ ମନା ।ରାଜ୍ୟରେ ଦୀର୍ଘଦିନ ହେଲା ବିଜେପି ର ସରକାର ଚାଲିଆସୁଥିବା ବେଳେ ଏବେ ବି ପ୍ରଶାସନିକ ଅଧିକାରୀ ମାନଙ୍କ ବିଜେଡ଼ି ପ୍ରୀତି ଯାଇନଥିବା ଭଳି ମନେ ହେଉଛି ।ସାମ୍ୱାଦିକ ତ ସାମ୍ୱାଦିକ ରାଜ୍ୟରେ ସରକାର ଚଳାଉଥିବା ବିଜେପି କର୍ମୀ ମଧ୍ୟ ଆଜି ଅଲୋଡା ହୋଇପଡ଼ିଛନ୍ତି । ଘଟଣା ଟି ହେଉଛି ଏମିତି, ଆଜି ରାଜ୍ୟ ସରକାରଙ୍କ ଶିକ୍ଷାମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କେସିଙ୍ଗା ବାଳିକା ବିଦ୍ୟାଳୟ ର ଏକ ନୂତନ ଭାବେ ନିର୍ମିତ କୋଠା ଗୃହ ଉଦ୍ଘାଟନ କରିବା ର କାର୍ଯ୍ୟକ୍ରମ ରହିଥିଲା ।ଶିକ୍ଷା ମନ୍ତ୍ରୀ ଙ୍କ ସରକାରୀ କାର୍ଯ୍ୟକ୍ରମ ଥିବା ଯୋଗୁଁ କେସିଙ୍ଗା ବ୍ଲକ୍ ଶିକ୍ଷାଧିକାରୀ ସେଠାରେ ଉପସ୍ଥିତ ଥିବା ବେଳେ କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।ହେଲେ ସରକାରୀ କାର୍ଯ୍ୟକ୍ରମ ରେ ଦଳୀୟ କର୍ମୀ ଓ ସାମ୍ୱାଦିକ ଅଲୋଡା ହୋଇ ପଡ଼ିଥିଲେ । ହେଲେ କଣ ପାଇଁ ରାଜ୍ୟର ଶିକ୍ଷାମନ୍ତ୍ରୀ ଆସିବେ ଗୃହ ଉଦ୍ଘାଟନ କରିବେ ହେଲେ ସାମ୍ୱାଦିକ ଅଲୋଡା ,କାହା ଚାପର ବସ ବର୍ତ୍ତି ହୋଇ ନା ଜାଣି ଶୁଣି ନା କିଛି ଭିତିରି କଥା ଅଛିକି ଯାହା ଲୋକ ଲୋଚନ କୁ ଆସିଯିବାର ଭୟ ପାଇଁ ସାମ୍ୱାଦିକ ଙ୍କୁ ଖବର ଦିଆଗଲା ନାହିଁ ତାହା ବ୍ଲକ୍ ପ୍ରଶାସନ କୁ ଜଣା। ଏହି ଘଟଣା ଦେଖିଲେ ନିଶ୍ଚୟ ଭାବେ ଗତ ବିଜେଡ଼ି ସରକାର ଙ୍କ କଥା ମନେ ପଡ଼ିବ ,ନବୀନ ବାବୁ ଯେମିତି ସାମ୍ୱାଦିକ ଙ୍କୁ ଲୋକ ସେବା ଭବନ ମନା କରିଥିଲେ କେସିଙ୍ଗା ବ୍ଲକ୍ ପ୍ରଶାସନ ମଧ୍ୟ ସେହି ନୀତି ଅବଲମ୍ବନ କରୁଥିବା ସାଧାରଣରେ ଚର୍ଚା ହେଉଛି ।ସାମ୍ୱାଦିକ ଙ୍କ ବ୍ୟତୀତ ଦଳୀୟ କର୍ମୀ ମଧ୍ୟ ଏହି ସରକାରୀ କାର୍ଯ୍ୟକ୍ରମ ରେ ଅଲୋଡ଼ା ହେଲେ ,ତାହାକୁ ନେଇ ଦଳୀୟ କର୍ମୀ ଙ୍କ ମନରେ ଅସନ୍ତୋଷ ଦେଖାଯାଇଥିବା ବେଳେ ସହର ସାରା ଚର୍ଚା ବିଷୟ ହୋଇଛି ।ଯେଉଁ ଦଳର ସରକାର ଙ୍କ ମନ୍ତ୍ରୀ ଉଦ୍ଘାଟନ କଲେ ସେହି ଦଳ ର କର୍ମୀ ଙ୍କୁ ନ ଡାକି ବ୍ଲକ୍ ପ୍ରଶାସନ କି ବାର୍ତ୍ତା ଦେବାକୁ ଚାହୁଁଛି ,ଏହାକୁ ନେଇ କେସିଙ୍ଗା ନଗର ବିଜେପି ମନ୍ତ୍ରୀ ଙ୍କ ଠାରେ ଅଭିଯୋଗ କରିପାରେ ବୋଲି ମଧ୍ୟ ଚର୍ଚା ହେଉଛି।ସେ ଯାହା ବି ହେଉ ନା କାହିଁକି ବ୍ଲକ୍ ପ୍ରଶାସନ ର ବିଜେଡ଼ି ପ୍ରୀତି ଯାଇ ନଥିବା କୁ ନେଇ ରାଜନୀତି ସରଗରମ ହୋଇ ଉଠିଥିବା ବେଳେ ଖବର ପ୍ରସାରଣ ପରେ ବ୍ଲକ୍ ପ୍ରଶାସନ ଏଭଳି ଆଚରଣ ରୁ ଦୂରେଇ ରହୁଛି ନା ଯଥା ପୂର୍ବଂ ତଥା ପରଙ୍ଗ ଭଳି ଆଚରଣ ଜାରି ରଖୁଛି ତାହା ଦେଖିବାକୁ ବାକି ରହିଲା ।

Exit mobile version