!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋଜ କୁମାର ସିଂ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ ବ୍ୟୁରୋ(ଭବାନୀପାଟଣା) – ଓଡ଼ିଶାରେ ବିଜେପି ସରକାର ଗଠନର ଏକ ବର୍ଷ ପୂର୍ତ୍ତି ଅବସରରେ ‘ବର୍ଷ ଏକ ଉପଲବ୍ଧି ଅନେକ’ ବାର୍ତ୍ତା ନେଇ ବିକାଶ ବାହନ ସଚେତନତା ରଥ କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକରେ ଘୁରୁଛି। ଏହି କ୍ରମରେ ବୁଧବାର ଏହି ରଥକୁ ମାଣ୍ଡେଲ ଓ ରାକ୍ସି ପଞ୍ଚାୟତରେ ପୃଥକ ପୃଥକ ଭାବେ ଭବ୍ୟ ସ୍ବାଗତ କରାଯାଇଛି। ମାଣ୍ଡେଲରେ ଭାରପ୍ରାପ୍ତ ସରପଞ୍ଚ ସୁଧାଙ୍ଗନା ନାଏକଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପ ଯୋଗଦେଇ ରାଜ୍ୟ ସରକାରଙ୍କର ଏକ ବର୍ଷ ପୂର୍ତ୍ତି ଉପଲବ୍ଧିର ଅନେକ ବିଷୟ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିପିଡିଓ ରବି ନାଏକ, ନର୍ଲା ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ବାଗପୁର ସରପଞ୍ଚ ଗୋପାଳ ହାତୀ, ଦିବଂଗତ ସରପଞ୍ଚ ପଦ୍ମଲୋଚନ ଜାଲଙ୍କ ସୁପୁତ୍ର ପ୍ରସୁନ କୁମାର ଜାଲ (ରଞ୍ଜନ), ଓ୍ବାର୍ଡ ସଭ୍ୟ ମାର୍କଣ୍ଡ ଜାଲ, ଶିକ୍ଷାବିତ ରାମ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ନରହରି ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷାବିତ ସରତ ଚନ୍ଦ୍ର ଭୋଇ ମଞ୍ଚ ପରିଚାଳନା କରିଥିଲେ। ମାଣ୍ଡେଲ ଏଡିଇଓ ସବିତା ଦାସ, ବାସବ ମହାନନ୍ଦ, ମୁକୁନ୍ଦ ମାହାର ପ୍ରମୁଖ ସହଯୋଗ କରିଥିଲେ। ସେହିପରି ରାକ୍ସି ପଞ୍ଚାୟତରେ ସରପଞ୍ଚ ଯେମନ୍ତ ପୋଢଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ବାଗପୁର ସରପଞ୍ଚ ଗୋପାଳ ହାତୀ, ଭୀମକେଲା ସରପଞ୍ଚଙ୍କ ପ୍ରତିନିଧି ଜୟନ୍ତ ଗଉଡ, ଜିପିଡିଓ ରବି ନାଏକ, ସିଡିପିଓ ଅଞ୍ଜଳି ପଟ୍ଟନାୟକ, ରାକ୍ସି ସମିତି ସଭ୍ୟ ଚୁମନ ଭୋଇ, ନାଏବ ସରପଞ୍ଚ କୁନ୍ତି ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ରାକ୍ସି ପିଇଓ ସହଶ୍ରାଂଶୁ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷାବିତ ମନୋଜ କୁମାର ଭୋଇ ମଞ୍ଚ ସଂଯୋଜନା କରିଥିଲେ। ଏହି ଅବସରରେ ପଞ୍ଚାୟତର ହିତାଧିକାରୀମାନଙ୍କୁ ଜବ୍ କାର୍ଡ, ସାମାଜିକ ନିରାପତ୍ତା ଭତ୍ତା, ହୁଇଲ ଚେୟାର, ଅନ୍ତୋଦୟ ଗୃହ, ରାସନ କାର୍ଡ ଆଦି ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଏଡିଇଓ ଭଗବତ ପ୍ରସାଦ ସାହୁ, ଯୋଗାଣ ସହାୟକ ଚୈତନ୍ୟ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଏଥିରେ ବନ ବିଭାଗ, କୃଷି ବିଭାଗ, ସ୍ବାସ୍ଥ୍ୟ ବିଭାଗ ଆଦି ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସମେତ ପଞ୍ଚାୟତ ଅଞ୍ଚଳର ଅନେକ ପୁରୁଷ ଏବଂ ମହିଳା ଉପସ୍ଥିତ ଥିଲେ।

