Site icon Ethara Sambhala

ଆଜି ବିଶ୍ୱବିନ୍ଧାଣୀ ବିଶ୍ୱକର୍ମାଙ୍କ ପୂଜା, ସବୁଠି ଉତ୍ସାହ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ସାରା ରାଜ୍ୟରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି । ମୁଖ୍ୟତଃ କଳକାରଖାନା ସହ ବିଭିନ୍ନ ଅନୁଷ୍ଠାନରେ ଏହି ପୂଜାକୁ ବେଶ୍‌ ଧୁମଧାମରେ ପାଳନ କରାଯାଉଛି। ବିଶ୍ୱକର୍ମା ହେଉଛନ୍ତି ବିଶ୍ୱର ସୃଷ୍ଟିକର୍ତ୍ତା । ଆଜି ସେହି ବିଶ୍ୱବିନ୍ଧାଣୀ ବିଶ୍ୱକର୍ମାଙ୍କ ପୂଜା । ସାରା ରାଜ୍ୟରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି । ମୁଖ୍ୟତଃ କଳକାରଖାନା ସହ ବିଭିନ୍ନ ଅନୁଷ୍ଠାନରେ ଏହି ପୂଜାକୁ ବେଶ୍‌ ଧୁମଧାମରେ ପାଳନ କରାଯାଉଛି। ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିବା ଦ୍ୱାରା ବ୍ୟବସାୟରେ ବୃଦ୍ଧି ହେଉଥିବା ବିଶ୍ୱାସ ରହିଛି। ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପରେ ଛୋଟବଡ ପ୍ରାୟ ୩୦ଟି ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ବିଶ୍ୱକର୍ମା। ଚଳିତ ବର୍ଷ ଶ୍ରମିକ ସଂଗଠନ ଗୁଡିକ ସମେତ ବନ୍ଦରର ବିଭିନ୍ନ ବିଭାଗ, ଟ୍ରକ ମାଲିକ ସଂଘ, ଟ୍ରଲର ମାଲିକ ସଂଘ ପୂଜା ଧୂମଧାମରେ ଆୟୋଜନ କରିଛନ୍ତି। ଆକର୍ଷଣୀୟ ତୋରଣ ସଜେଇଛନ୍ତି। ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ସେହିଭଳି ଅନୁଗୁଳ ନାଲକୋନଗରରେ ବେଶ ଧୁମଧାମରେ ପାଳନ ହେଉଛି ବିଶ୍ୱକର୍ମା ପୂଜା । ଚଳିତ ବର୍ଷ ନାଲକୋ ନଗରରେ ୧୯ଟି ପୂଜା ମଣ୍ଡପରେ କରାଯିବ ଦେବଶିଳ୍ପୀଙ୍କ ଆବାହନ । କେଉଁଠି ସାମ୍ପ୍ରତିକ ଘଟଣାବଳୀକୁ ନେଇ ତ ଆଉ କେଉଁଠି ପୌରାଣିକ କଥାବସ୍ତୁକୁ ନେଇ ହୋଇଛି ମୂର୍ତ୍ତି ନିର୍ମାଣ। ରାଜଧାନୀ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ଦେବ ଶିଳ୍ପୀ ବିଶ୍ୱକର୍ମା ।

Exit mobile version