!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମ ଚନ୍ଦ୍ର ପାଢୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ସ୍ବର୍ଗତ ପ୍ରମୋଦ କୁମାର ପାଟ୍ଟଯୋଷୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ପୁର୍ଣ୍ଣଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନଗର ଭବନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ଦେବୀ ମଠର ମହନ୍ତ ସନ୍ଥ ଶ୍ରୀ ରାମାନନ୍ଦ ଦାସଜୀ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ବିଦ୍ୟାଳୟର ବାର୍ଷିକ ବିବରଣୀ ପରିଚାଳନା ସମ୍ପାଦିକା ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ରୂପେ ଶ୍ରୀମତୀ ନିର୍ମଳା ସେଠୀ , ପୌରାଧ୍ୟକ୍ଷା , ସମ୍ମାନିତ ଅତିଥି ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ସଂସ୍କୃତି ଅଧିକାରୀ , ଅନୁଷ୍ଠାନର ସଭାପତି ଶ୍ରୀ ବସନ୍ତ ଦାଶ , କାର୍ଯ୍ୟକାରୀ ସଭାପତି ଶ୍ରୀ ତୀର୍ଥବାସୀ ପଣ୍ଡା , ଉପ ସଭାପତି ଶ୍ରୀ ପ୍ରଦୀପ ନାୟକ , ସଙ୍ଗୀତ ବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ରଘୁନାଥ ପାତ୍ର , ଅଧ୍ୟାପକ ଶ୍ରୀ ମାଧବ ପାତ୍ର ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ମହନ୍ତ ରାମାନନ୍ଦ ଦାସ ନିଜ ଆଶୀର୍ବାଦରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ନିରବଚ୍ଛିନ୍ନ ଓ ଆଗ୍ରହର ସହ ସଙ୍ଗୀତକୁ ଅଭ୍ୟାସ କରିବା ନିମନ୍ତେ ଉପଦେଶ ଦେବା ସହ ଅଭିଭାବକମାନେ ମଧ୍ୟ ଏଥିରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ।

