Site icon Ethara Sambhala

ଇଭାଞ୍ଜଲିକାଲ୍ ଲୁଥରାନ୍ ଚର୍ଚ୍ଚରେ ଟ୍ରେନ ଦୁର୍ଘଟଣା ଗ୍ରସ୍ତଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ସହ ପ୍ରାର୍ଥନା ସଭାର ଆୟୋଜନ।

!!! ଜୟପୁର ରୁ ପ୍ରବୀର ପାତ୍ର ଙ୍କ ରିପୋର୍ଟ୍  !!!

ଏଥର ସମ୍ଭାଳ (ଜୟପୁର) – କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ସ୍ଥାନୀୟ ଐତିହ୍ୟ ଜୟପୁର ଇଭାଞ୍ଜଲିକାଲ୍ ଲୁଥରାନ୍ ଚର୍ଚ୍ଚରେ ବାଲେଶ୍ଵର ଜିଲ୍ଲା ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦଗତି ଏବଂ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀମାନଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ଏକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା। ଏବଂ ପ୍ରାର୍ଥନା ସଭା ପରେ ସମସ୍ତ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ମାନେ କ୍ୟାଣ୍ଡେଲ୍ ଜାଳି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହି ପ୍ରାର୍ଥନା ସଭାକୁ ଜୟପୁର ଲୁଥରାନ ମଣ୍ଡଳୀର ଡିନ୍ ରେଭ୍ ହିମାଂଶୁ ଚାନ୍ଦ୍ ପରିଚାଳନା କରିଥିବା ବେଳେ ରେଭ୍ ନିର୍ମଳା ଖୋସଲା ସହଯୋଗ କରିଥିଲେ। ଏହି ପ୍ରାର୍ଥନା ସଭାରେ ଜୟପୁର ମଣ୍ଡଳୀର ପଞ୍ଚାୟତ ସଭାପତି ସୁଧାଂଶୁ ସିତାରାମ, ଉପସଭାପତି ତଥା ୫ ନମ୍ବର ୱାର୍ଡର କାଉନସିଲର ପ୍ରଣବ କିଶୋର ନାୟକ,ମଳୟ ଛିଞ୍ଚାଣି, ବରିଷ୍ଠ ନାଗରିକ, ଯୁବକ ସଭାପତି ସିଦ୍ଧାର୍ଥ ନାୟକ,ମିଖାଏଲ୍ ଟାକ୍ରୀ ଶ୍ରୀମତୀ ଅନିତା ନାୟକ, ସଞ୍ଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।

Exit mobile version