Site icon Ethara Sambhala

ଶୀତଳଷଷ୍ଠୀ ଯାତ୍ରାରୁ ଫେରିବା ବେଳେ ୨ସାଙ୍ଗଙ୍କୁ ଛୁରାମାଡ଼; ଜଣେ ମୃତ । ସାମ୍ନାକୁ ଆସିଲା ଆକ୍ରମଣ ସମୟର ସିସିଟିଭି ଚିତ୍ର ।

!!! ବଲାଙ୍ଗୀର ରୁ ଜିତେଶ ଶତପଥୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗୀର) – ଶୀତଳଷଷ୍ଠୀ ଯାତ୍ରାରୁ ଫେରିବା ବେଳେ ଦୁଇ ସାଙ୍ଗଙ୍କୁ ଛୁରାମାଡ଼ । ଛୁରାମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ବଲାଙ୍ଗିର ନୃସିଂହ ମନ୍ଦିର ନିକଟରେ ଘଟିଛି । ମୃତକ ହେଲେ ଗେଟ୍ ସରୋବରପଡ଼ାର ସରୋଜ ପାଣିଗ୍ରାହୀ ଓ ଗୁରୁତର ଜଣଙ୍କ କନ୍ଧପାଳିପଡ଼ାର ପ୍ରେମ ସାହୁ l ଗୁରୁତର ଯୁବକଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କିଏ ଆଉ କାହିଁକି ଛୁରାମାଡ଼ କରିଛି ତାହା ଏଯାଏଁ ଜଣାପଡିନାହିଁ ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ସୂଚନାମୁତାବକ ବିଳମ୍ବିତ ରାତିରେ ସରୋଜ ଓ ପ୍ରେମ ଉଭୟ ଶୀତଳଷଷ୍ଠୀ ଯାତ୍ରା ଦେଖି ଘରକୁ ଫେରୁଥିଲେ। ନରସିଂହ ମନ୍ଦିର ଛକ ନିକଟରେ ହଠାତ୍ ୨ ଦୁର୍ବୃତ୍ତ ଆସି ସରୋଜଙ୍କୁ ଗାଳିଗୁଲଜ କରିଥିଲେ। ପ୍ରେମ ଏହାକୁ ବିରୋଧ କରିବାରୁ ଦୁ଼ର୍ବୃତ୍ତମାନେ ତାଙ୍କୁ ଛୁରାମାଡ଼ କରିଥିଲେ।

ପରେ ସରୋଜଙ୍କୁ ଛୁରୀରେ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ଦୁର୍ବୃତ୍ତ । ସେପଟେ ପୋଲିସ ତଦନ୍ତ ଚଳାଇଥିବା ବେଳେ ସାମ୍ନାକୁ ଆସିଲା ଆକ୍ରମଣ ସମୟର ସିସିଟିଭି ଚିତ୍ର । ତେବେ ପ୍ରେମଙ୍କ କହିବାନୁସାରେ ଯେଉଁ ଦୁଇଜଣ ଯୁବକ ଛୁରାମାଡ କଲେ ସେମାନଙ୍କ ମଧ୍ୟରୁ ସେ ଜଣଙ୍କୁ ଚିହ୍ନିଛନ୍ତି। ତେବେ ତାଙ୍କ ବୟାନ ଅନୁସାରେ ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଖୋଜୁଛି। କିନ୍ତୁ ଉକ୍ତ ଘଟଣାରେ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇନାହିଁ।

Exit mobile version