Site icon Ethara Sambhala

ଜାଗର ପାଇଁ ପ୍ରସ୍ତୁତି ବୈଠକ …!

!!! ବଲାଙ୍ଗୀର ରୁ ଜୀତେଶ ଶତପଥୀଙ୍କ ରିପୋର୍ଟ !!!

ଏଥର ସମ୍ଭାକ (ବଲାଙ୍ଗିର) –ଖୁଜେନପାଲି ସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ବାବାଙ୍କ ଜାଗର ଯାତ୍ରା ପାଇଁ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବିଶିଷ୍ଟ ତପସ୍ୱୀ କଲ୍ୟାଣ ଦାସ ବାବାଙ୍କ ପ୍ରେରିତ ଓ ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀଙ୍କ ସ୍ୱହସ୍ତେ ସ୍ଥାପିତ ନର୍ମଦୋଶ୍ୱର ଶିବ ଲିଙ୍ଗ ଶ୍ରୀ ଶ୍ରୀ ଧବଳେଶ୍ୱର ବାବାଙ୍କ ଜାଗର ଯାତ୍ରା ପାଇଁ ଆସନ୍ତା ୧୮ ତାରିଖ ଶନିବାର ଦିନ ଅଷ୍ଟ ପ୍ରହରୀ ନାମଯଜ୍ଞ ସହ ମନ୍ଦିରକୁ ଆଲୋକମାଳାରେ ସଜାଇବା ପାଇଁ ବୈଠକ ରେ ସ୍ଥିର କରାଯାଇଛି । ଗତ ୨ ବର୍ଷ କରୋନା ମହାମାରୀ ପାଇଁ ଶ୍ରଦ୍ଧାଳୁଙ୍କ ଉପସ୍ଥିତ କମ୍‌ ଥିବାରୁ ଚଳିତ ବର୍ଷ ବହୁତ ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଛି । ଏଣୁ ପୋଲିସ ବାହିନୀ ତଥା ସ୍ଥାନୀୟ ସ୍ୱେଚ୍ଛାସେବୀମାନଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ନିୟୋଜିତ କରାଯିବ । ଏହି ବୈଠକରେ ମନ୍ଦିର ପରିଚାଳନା କମିଟିର ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର, ସଭାପତି ଯୁଧିଷ୍ଠିର ସିଂ, ପୂର୍ବତନ ସରପଞ୍ଚ ସତ୍ୟବାନ ସାହୁ, ସୁରେଶ ଚନ୍ଦ୍ର ସିଂ, ସୁଶାନ୍ତ ନାଗ, ଜଗତ ରାମ ସାହୁ, ଖଗେଶ୍ୱର ସାହୁ, ମନ୍ଦିର ପୂଜକ ବିଘ୍ନେଶ୍ୱର ଥନାପତି, ଲାଲଚନ୍ଦ ସାହୁ ପ୍ରମୁଖ ଯୋଗ ଦେଇ ନିଜ ନିଜ ମତବ୍ୟକ୍ତ କରିଥିଲେ ।ମହାଦେବ ଙ୍କ ଜାଗର ଯାତ୍ରାକୁ ମହା ଆଡମ୍ବର ସହକାରେ ପାଳନ କରିବା ନିମନ୍ତେ ଉପସ୍ଥିତ ସଦସ୍ୟ ମାନେ ନିଷ୍ପତ୍ତି ନେଇଛନ୍ତି ।

Exit mobile version