Site icon Ethara Sambhala

ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ତରଫରୁ ବିଜୁ ଜନତା ଦଳର ୨୬ ତମ ପ୍ରତିଷ୍ଠା ଦିବସ ପାଳନ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ନିର୍ଦେଶ କ୍ରମେ ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ତରଫରୁ ଆଜି ବିଜୁ ଜନତା ଦଳର ୨୬ ତମ ପ୍ରତିଷ୍ଠା ଦିବସ ବିଧାୟକ ତଥା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କର ନେତୃତ୍ୱରେ ପ୍ରାୟ ୮ ହଜାର ରୁ ଉର୍ଧ୍ଵ ବିଜୁ ପ୍ରେମୀ ମାନଙ୍କୁ ନେଇ ଭୁବନେଶ୍ୱରସ୍ଥିତ ଡମଣା ଯାତ୍ରା ପଡିଆ ଠାରେ ଆୟୋଜିତ ହୋଇଯାଇଅଛି । ଓଡିଶାରେ ଏକ ଆଞ୍ଚଳିକ ଦଳ ବହୁ ବାଧା ବିଘ୍ନ ଭିତରେ ୨୫ ବର୍ଷ ଧରି ଓଡିଶା ବାସୀଙ୍କୁ ନିରନ୍ତର ଭାବରେ ସେବା ଯୋଗାଇ ଆସିଛି ବୋଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ନିଜର ଅଭିଭାଷଣ ରଖିଥିଲେ । ଆଜି ଶିକ୍ଷା କ୍ଷେତ୍ରରେ ୫-ଟି ମାଧ୍ୟମରେ ହାଇସ୍କୁଲ ଗୁଡିକର ରୁପାନ୍ତିକରଣ ହେଉ କିମ୍ବା କ୍ରୀଡା କ୍ଷେତ୍ରରେ ଓଡିଶା ଦୁଇ ଦୁଇ ଥର ପୁରୁଷ ୱାର୍ଲଡ କପ ହକି ଆୟୋଜନ କରି ସାରା ବିଶ୍ୱ ପାଇଁ ଆମ ରାଜ୍ୟ ଏକ ଉଦାହରଣ ସୃଷ୍ଟି କରିଛି ବୋଲି ମୁଖ୍ୟ ସଚେତକ ଶ୍ରୀଯୁକ୍ତ ପ୍ରଶାନ୍ତ ମୁଦୁଲି ନିଜର ଅଭିଭାଷଣ ରଖିଥିଲେ । କୋଭିଡ ପରିଚାଳନା କ୍ଷେତ୍ରରେ ନିଜ ରାଜ୍ୟର ପ୍ରତ୍ୟକ ବର୍ଗର ବ୍ୟକ୍ତିଙ୍କ ମୂଲ୍ୟବାନ ଜୀଵନକୁ ସୁରକ୍ଷା ଦେବା ସହିତ ଅନ୍ୟ ରାଜ୍ୟ ଗୁଡିକୁ ଅମ୍ଳଜାନ ଯୋଗାଇବାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଦାୟିତ୍ୱ ତାହା ଓଡିଶାବାସୀ କେବେ ଭୁଲିବେ ନାହିଁ ଏବଂ ପୁନର୍ବାର ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ମାନ୍ୟବର ସାଂସଦ ଶ୍ରୀମତୀ ସୁଲତା ଦେଓ ନିବେଦନ କରିଥିଲେ ।

ଆଜି ବସ୍ତିକୁ ବିଜୁ ଆଦର୍ଶ କଲୋନୀ ହେଉ କିମ୍ବା ମା ମାନଙ୍କୁ ମୁକ୍ତ ଯୋଜନା ମାଧ୍ୟମରେ ଆତ୍ମନିର୍ଭରଶୀଳ କରିବା ଏବଂ ମିଶନ ଶକ୍ତି ମାଧ୍ୟମରେ ୭୦ ଲକ୍ଷରୁ ଉର୍ଧ୍ଵ ମହିଳାଙ୍କୁ ରୋଜଗାର ଯୋଗାଇବାରେ ରାଜ୍ୟ ସରକାରଙ୍କର ଦାୟିତ୍ୱକୁ ମାନନୀୟ ମେୟର ଶ୍ରୀମତୀ ସୁଲୋଚନା ଦାସ ଭୁରି ଭୁରି ପ୍ରସଂଶା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ଭାବରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା , ଛାତ୍ର ସଭାପତି ଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରିପାଠୀ , ବରିଷ୍ଠ ନେତା ଶ୍ରୀଯୁକ୍ତ ଅରୂପ ପଟ୍ଟନାୟକ , ଶ୍ରୀଯୁକ୍ତ କୁନ ବିହାରୀ ଦାସ, ଶ୍ରୀଯୁକ୍ତ ଗୌତମ ବୁଦ୍ଧ ଦାସ, ଶ୍ରୀଯୁକ୍ତ ମିହିର ମହାନ୍ତି, ଶ୍ରୀଯୁକ୍ତ ପ୍ରକାଶ ବସ୍ତିଆ, ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପାତ୍ର, ଶ୍ରୀଯୁକ୍ତ କୁନାଲ ରାଉତ, ଯୁବନେତା ମନୋଜ ସାହୁ, ଶ୍ରୀଯୁକ୍ତ ଦୁର୍ଗା ସାମନ୍ତରାୟ ,ଶ୍ରୀଯୁକ୍ତ ଅମରେଶ ଜେନା, ଶ୍ରୀଯୁକ୍ତ ବିରଂଚି ନାରାୟଣ ମହସୂପକାରଙ୍କ ସହିତ ସମସ୍ତ କର୍ପୋରେଟର , ଜିଲ୍ଲା ପରିଷଦ ସମସ୍ତ ସରପଂଚ, ସମିତି ସଭ୍ୟ, ସମସ୍ତ ବରିଷ୍ଠ ମୁରବି , ସମସ୍ତ ସାଙ୍ଗଠନିକ ପଦାଧିକାରୀ, ଯୁବ, ଛାତ୍ର, ମହିଳା ତଥା ଏସ ଏଚ ଜି ର ମା ମାନେ ଯୋଗ ଦେଇ ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।

Exit mobile version