ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଏଥର ଶ୍ରାବଣ ମାସରେ କାଉଡ଼ିଆ ମାନେ ଧବଳେଶ୍ୱର ମନ୍ଦିର ଭିତରକୁ ବାହୁଙ୍ଗି ନେଇ ଯାଇପାରିବେ ନାହିଁ। ସେମାନେ କେବଳ ମାନସିକ କଳସ ଓ ଭୋଗ ନେଇ ଭିତରକୁ ଯାଇପାରିବେ। ଆଜି ଏହି ସୂଚନା ଦେଇଛନ୍ତି ଆଠଗଡ଼ ଉପ ଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ । ଉପ ଜିଲ୍ଲାପାଳ କହିଛନ୍ତି, ପ୍ରତିବର୍ଷ ଧବଳେଶ୍ଵର ପୀଠକୁ କାଉଡ଼ିଆ ମାନେ ଆସି ପ୍ରଭୁଙ୍କ ନିକଟରେ ଜଳ ଲାଗି କରିଥାନ୍ତି। ଏବର୍ଷ ମଧ୍ୟ କାଉଡ଼ିଆମାନେ ଆସିବେ। ସେମାନେ କିପରି ଶୃଙ୍ଖଳିତ ଦର୍ଶନ କରିବେ, ସେନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ହେଲେ ସମସ୍ତ କାଉଡ଼ିଆ ଭାଇ ମାନେ ଝୁଲା ପୋଲ ପୂର୍ବରୁ ବାହୁଙ୍ଗି ରଖିବେ। ସେଠାରେ ବାହୁଙ୍ଗି ରଖି କଳସ ଓ ଭୋଗ ଧରି ମନ୍ଦିର ଭିତରକୁ ଆସିବେ। ସେଠାରେ ପ୍ରଭୁଙ୍କ ନିକଟରେ ଜଳ ଲାଗି କରିବେ। ସୂଚନାଯୋଗ୍ୟ, ପ୍ରତିବର୍ଷ ଶ୍ରାବଣ ମାସରେ ଧବଳେଶ୍ଵର ପୀଠରେ କାଉଡିଆଙ୍କ ଭିଡ଼ ଜମିଥାଏ। ବିଭିନ୍ନ ଜିଲ୍ଲାରୁ ହଜାର ହଜାର କାଉଡ଼ିଆ ଧବଳେଶ୍ଵର ପୀଠକୁ ଜଳ ଲାଗି କରିବାକୁ ଆସିଥାନ୍ତି।
ଧବଳେଶ୍ୱର ପୀଠକୁ କାଉଡ଼ିଆଙ୍କୁ ବାହୁଙ୍ଗି ବାରଣ…!

