
ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଗୁଣପୁର ନିର୍ବାଚନ ମଣ୍ଡଳୀ ର ସ୍ଵାଧୀନ ପ୍ରାର୍ଥୀ ଶ୍ରୀ ତ୍ରିନାଥ ଗମାଙ୍ଗ ଆଜି ଗୁଣପୁର ସହରରେ ନିଜର ବିଜୟ ସଙ୍କଳ୍ପ ଶୋଭାଯାତ୍ରା କରିଛନ୍ତି। ଏହି ଶୋଭାଯାତ୍ରା ଗୁଣପୁର ଜଗନ୍ନାଥ ମନ୍ଦିର ଠାରୁ ବାହାରି ସହର ପରିକ୍ରମା କରି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚି ଥିଲା। ଗତ ପାଞ୍ଚ ବର୍ଷ ଗୁଣପୁର ବିଧାୟକ ଭାବେ ରହିଆସିଥିବା ଶ୍ରି ଗମାଙ୍ଗ ଙ୍କୁ 2019 ନିର୍ବାଚନ ରେ ବିଜେଡି ପକ୍ଷରୁ ଟିକେଟ ମିଳିନଥିବା ଯୋଗୁଁ ସେ ସ୍ଵଧୀନ ପାର୍ଥି ଭାବେ ନିର୍ବାଚନ ଲଢୁଛନ୍ତି । ଜିଲ୍ଲା ନେତୃବୃନ୍ଦ ଙ୍କ ଠାରୁ ଆରମ୍ଭ କରି ରାଜ୍ଯ ନେତୃବୃନ୍ଦ ପର୍ଯ୍ୟନ୍ତ ସମସ୍ତ ସଭିଏଁ ଶ୍ରି ଗମାଙ୍ଗ ଙ୍କୁ ନିର୍ବାଚନ ମଣ୍ଡଳୀ ଉନ୍ନତି କାର୍ଯ୍ୟ ରେ ଅଣଦେଖା କରୁଥିବାରୁ ସେ ବିଜେଡି ଛାଡି ସ୍ଵାଧୀନ ପ୍ରାର୍ଥୀ ଭାବେ ଲଢୁଥିବା କୁହାଯାଇଛି। ବାରମ୍ବାର ଆମ ପ୍ରତି କରାଯାଇଥିବା ଅବିଚାର ବିରୁଦ୍ଧରେ ଏ ଲଢେଇ ବୋଲି ନାରା ଦେଇ ନିର୍ବାଚନୀ ମଇଦାନ କୁ ଓହ୍ଲାଇଛନ୍ତି।
ଗତକାଲି ବିଜେଡି ପକ୍ଷରୁ କରାଯାଇଥିବା ଶୋଭାଯାତ୍ରା ର ପୋରକ୍ଷରେ ଆଜିର ଏହି ଅସନ୍ତୋଷ ବିଜେଡ଼ି ଗୋଷ୍ଠୀ ତଥା ବର୍ତ୍ତମାନ ର ସ୍ଵାଧୀନ ପ୍ରାର୍ଥୀ ଶ୍ରୀ ତ୍ରିନାଥ ଗମାଙ୍ଗ ଙ୍କ ର ଏହି ଶୋଭାଯାତ୍ରା ବୋଲି ଭୋଟର ଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଗୁଣପୁର ନିର୍ବାଚନ ମଣ୍ଡଳୀ ରେ ଭୋଟର ମାନେ କେବଳ ବିଜେଡ଼ି ର କିମ୍ବା ନବୀନ ଙ୍କ ସମର୍ଥକ ନୁହଁନ୍ତି; ସ୍ଥାନୀୟ ଜନ ନେତା ନିର୍ବାଚନ ମଣ୍ଡଳୀ ବିକାଶ ର ଉନ୍ନତି କର୍ତ୍ତା ଙ୍କ ସମର୍ଥକ ଅଟନ୍ତି ବୋଲି ଆଜିର ଅନୁଷ୍ଠିତ ଏହି ବିଶାଳ ଶୋଭାଯାତ୍ରା ସୂଚାଉଛି ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି। ସ୍ଥାନୀୟ ନେତା ଙ୍କୁ ଅଣଦେଖା କରାଯିବା ବିରୋଧରେ ଏହା ଏକ ମହାମେଳି ଏବଂ ନିର୍ବାଚନ ମଣ୍ଡଳୀର ଭୋଟ ଙ୍କ ପକ୍ଷରୁ ଏକ ଉଚିତ୍ ଜବାବ ବୋଲି କର୍ମୀ ଙ୍କ ମଧ୍ଯ ରେ ମତ ପ୍ରକାଶ ପାଇଛି। ଏହି ଶୋଭାଯାତ୍ରା ବେଳେ ଜନ ସାଧାରଣ ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ନିର୍ବାଚନୀ ରଣାଙ୍ଗଣ ରେ ପାର୍ଥି ଦେଇଥିବା ରାୟଗଡ଼ା ଜିଲ୍ଲା ର ପୂର୍ବତନ ବିଜେଡ଼ି ସମ୍ପାଦକ ତଥା ଗୁଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ପୁର୍ବତନ ଅଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼ ଙ୍କୁ ମଧ୍ଯ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜଣାଉଥିବା ଦେଖାଯାଇଥିଲା ।

