Site icon Ethara Sambhala

ପୁରୀ ଭକ୍ତ ନିବାସ ର ଘରୋଇକରଣ ନେଇ ଉଠିଲା ବିରୋଧୀ ସ୍ଵର …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନିର୍ମାଣ କରାଯାଇଥିବା ନୀଳାଦ୍ରି ଭକ୍ତ ନିବାସ, ଗୁଣ୍ଡିଚା ଭକ୍ତ ନିବାସ ଓ ନୀଳାଚଳ ଭକ୍ତ ନିବାସକୁ ଦୀର୍ଘମିଆଦ ଲିଜ ଦିଆଯିବ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ୨୦୨୦ମସିହା ମାର୍ଚ୍ଚ ୨୮ ତାରିଖରେ ପ୍ରାଇଭେଟ ପାର୍ଟି ବା ପିପିପି ମୋଡରେ ଲିଜ ଦିଆଯିବ ବୋଲି ନୀତି ପ୍ରଶାସକ କହିଥିଲେ। ଅନ୍ୟପଟେ ଏହାକୁ ନେଇ ପ୍ରଶ୍ନ ମଧ୍ୟ ଉଠିଛି। ଲିଜ ଦିଆଗଲେ ଏହାର ବ୍ୟାବସାୟୀକରଣ ହେବାର ଆଶଙ୍କା ଦେଖାଦେଇଛି। ଦୂରଦୂରାନ୍ତରୁ ଆସୁଥିବା ଭକ୍ତଗଣଙ୍କ ଠାରୁ ସେବାୟତ ଏଭଳି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଦୂରଦୂରାନ୍ତରୁ ଶ୍ରୀକ୍ଷେତ୍ର ଆସୁଥିବା ଗରିବ ଭକ୍ତଙ୍କ ରହଣୀ ପାଇଁ ବ୍ୟବସ୍ଥା କରିବାକୁ ୨୦୧୮ରେ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ କହିଥିଲେ ୬୦ ହଜାର ଭକ୍ତଙ୍କ ରହଣୀର ବ୍ୟବସ୍ଥା କର। ରାଜ୍ୟ ସରକାର ବି ଏ ନେଇ ସତ୍ୟପାଠ ଦାଖଲ କରିଥିଲେ। ହେଲେ ପ୍ରଶାସନ ଏଯାଏ ଗରିବ ଭକ୍ତଙ୍କ ପାଇଁ ରହଣୀ ବ୍ୟବସ୍ଥା କରିବାରେ ବିଫଳ ହୋଇଛି। ଅନ୍ୟପଟେ ଯେଉଁ କେତୋଟି ଭକ୍ତନିବାସ ଥିଲା ସେଥି ମଧ୍ୟରୁ ଦୁଇଟି ଭକ୍ତନିବାସକୁ ବ୍ୟବସାୟୀକରଣ ଉଦ୍ଦେଶ୍ୟରେ ଘରୋଇ ସଂସ୍ଥାକୁ ଦୀର୍ଘମିଆଦି ଲିଜ୍ ସୂତ୍ରରେ ଦେବାପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି। ଘରୋଇ ସଂସ୍ଥା ହାତକୁ ଭକ୍ତନିବାସ ଗଲାପରେ ସାଧାରଣ ଭକ୍ତଟିଏ ସୁଲଭ ଦରରେ ରହିବାର ସୁବିଧା ପାଇବ କି ନାହିଁ, ତାକୁ ନେଇ ଉଠିଛି ପ୍ରଶ୍ନ। ପୁରୀକୁ ବିଭିନ୍ନ ଯାନିଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ବେଳେ ବିଭିନ୍ନ ହୋଟେଲ୍ ଲଜିଂରେ ମନଇଚ୍ଛା ଦର ଯାତ୍ରୀଙ୍କ ଠାରୁ ନିଆଯାଉଛି। ସେହିପରି ଭକ୍ତନିବାସକୁ ଯେଉଁ ଘରୋଇ ସଂସ୍ଥା ପରିଚାଳନା କରିବ ବା ଲିଜ୍ ସୂତ୍ରରେ ନେବ, ସେ କେତେ ଦରରେ ଲୋକଙ୍କୁ ଲଜ୍ ଦେବ, ତାକୁ ନେଇ ପ୍ରଶ୍ନ ଉଠୁଛି। ସରକାରୀ ଅଧିକାରୀଙ୍କର ଘରୋଇ ସଂସ୍ଥା ପ୍ରତି ଏତେ ଅହେତୁକ ଅନୁକମ୍ପା କଣପାଇଁ ସେ ନେଇ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ସେପଟେ ଲିଜ ସମ୍ପର୍କରେ ନୀତି ପ୍ରଶାସକ କହିଛନ୍ତି ଭକ୍ତ ନିବାସ, ପୂର୍ବରୁ ମଧ୍ୟ କମର୍ସିଆଲ ଭାବେ ପରିଚାଳିତ ହେଉଥିଲା। ଏବେ କେବଳ ପିପିପି ମୋଡରେ ଲିଜ୍ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି। ଗରିବ ଭକ୍ତଙ୍କ ରହଣି ବ୍ୟବସ୍ଥା ପାଇଁ ବିକଳ୍ପ ଭାବେ ଅନ୍ୟ କୋଠା ର୍ନିମାଣ କରାଯାଉଛି ବୋଲି ସେ କହିଛନ୍ତି। ଭକ୍ତ ନିବାସ କ୍ଷତିରେ ଚାଲୁଥିବାରୁ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ଏଭଳି ପଦକ୍ଷେପ ପାଇଁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ପୂବର୍ତନ ପରିଚାଳନା କମିଟି ସଦସ୍ୟ। ତେବେ ଆଇନ ମନ୍ତ୍ରୀ କହିଛନ୍ତି ଏନେଇ କିଛି ଚୂଡ଼ାନ୍ତ ହୋଇନି, ଯାତ୍ରୀଙ୍କ ପାଇଁ ଯାହା ଠିକ ହେବ, ପଦକ୍ଷେପ ନିଆଯିବ।

Exit mobile version