Site icon Ethara Sambhala

କଳାହାଣ୍ଡି ଏସ୍ ପି ଙ୍କ ଜରୁରୀକାଳୀନ ସାମ୍ବାଦିକ ସମ୍ମିଳନୀ ; କୁମ୍ବିଂ ଅପରେସନ ବେଳେ ସୁରକ୍ଷା ବଳ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ବହୁ ଅସ୍ତ୍ରଶସ୍ତ୍ର ଜବତ ।

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କଳାହାଣ୍ଡି)- କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶଗଡା ଗ୍ରାମ ପଞ୍ଚାୟତ ନିକଟସ୍ଥ ଜଙ୍ଗଲ ଠାରେ ସୁରକ୍ଷା ବଳ ଓ ମାଓବାଦୀଙ୍କ ମଧ୍ୟରେ କୁମ୍ବିଂ ଅପରେସନ ବେଳେ ଗୁଳିବିନିମୟ ହୋଇ ଥିବା କଳାହାଣ୍ଡି ଏସ୍ ପି ଶ୍ରବଣ ବିବେକ ଏମ୍ ସୂଚନା ଦେଇଛନ୍ତି। ଗତ ୬ ତାରିଖ ଦିନ ଏସ୍ ଓ ଜି ଏବଂ ଡିଭିଏଫ୍ ଙ୍କ ମିଳିତ ଅଭିଯାନରେ ସାମିଲ ହୋଇଥିଲେ। ଅପରେସନ ବେଳେ ଉଭୟ ଜବାନ୍ ଓ ସିପିଆଇ( ମାଓବାଦୀ ) ମୁହାଁମୁହିଁ ହୋଇଥିଲେ । ଅପରେସନ ୭ ତାରିଖ ସକାଳ ୫.୧୫ ମିନିଟ୍ ଯାଏଁ ଚାଲିଥିବା ବେଳେ ଘଞ୍ଚ ଜଙ୍ଗଲ ସୁଯୋଗ ନେଇ ଛତ୍ରଭଙ୍ଗ ହୋଇ ପଳାଇବାକୁ ସକ୍ଷମ ହୋଇଥିଲେ ବୋଲି ସେ ସୂଚନା ଦେଇଛନ୍ତି। ଏଥିରେ କେହି ମୃତାହତ ହୋଇ ନ ଥିଲେ ହେଁ ଛତ୍ରଭଙ୍ଗ ବେଳେ ଗୋଟିଏ ରାଇଫଲ୍, ୪ଟି ଜୀବନ୍ତ ଗୁଳି, ଗୋଟିଏ ମାଗାଜିନ୍ ପାଉଚ୍, ଗୋଟିଏ ଛତା,୬ଟି ପାଣି ଜାର୍, ଗୋଟିଏ ଟିଫିନ୍ କ୍ୟାରିୟର, ୨ବାକ୍ସ ଔଷଧ,୨ଟି ବ୍ଲାଂକେଟ୍, ଗୋଟିଏ ଛୁରୀ, ଯୋଡିଏ ଚପଲ, ଗୋଟିଏ ବ୍ୟାଟେରୀ, ଖଣ୍ଡିଏ ଟେଣ୍ଟ ପଲିଥିନ୍ ଏବଂ କିଛି ମାଓ ପୁସ୍ତିକାକୁ ଜବାନ୍ ଜବତ କରିଛନ୍ତି।

Exit mobile version