Site icon Ethara Sambhala

କମ୍ୟୁନିଷ୍ଟ ପାର୍ଟି ରାୟଗଡ଼ା ଜିଲ୍ଲା କମିଟି ଗୁଣପୁର ର ଚେତାବନୀ;ଉପଜିଲ୍ଲାପାଳ ଙ୍କ ଅଫିସ ଆଗରେ ଦିଆଯିବ ଗଣଧାରଣା …!

!!! ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- ରାଜ୍ୟରେ ବିଭିନ୍ନ ଖଣିଜ ସମ୍ପଦ ଏବଂ ଅନେକ ଶକ୍ତି ର ଉଚ୍ଛ ଭରି ରହିଥିବା ବେଳେ ଏଠାରେ ବିଦ୍ୟୁତ ସଙ୍କଟ ବଢ଼ି ଚାଲିଛି। ଜାତୀୟ ବିତରଣ ବ୍ୟବସ୍ଥା ଜରିଆରେ କମ୍ପାନୀ ମାନେ ଉତ୍ପାଦିତ ବିଦ୍ୟୁତ ଶକ୍ତିକୁ ଲୁଣ୍ଠନ କରୁଥିବା ବେଳେ ଗରିବ ଜନ ସାଧାରଣ ଦିନକୁ ଦିନ ଅଧିକ ମୂଲ୍ୟ ଦେଇ ବିଦ୍ୟୁତ କ୍ରୟ କରିବାକୁ ପଡୁଛି।ଏଣୁ ଏହାର ପ୍ରତିବାଦ କରି ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଚଳିତ ମାସ୮ ତାରିଖ ଦିନ ଗୁଣପୁର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେବା ନିମନ୍ତେ ଏବଂ ଗୁଣପୁର ବ୍ଲକ ଅଧିନସ୍ଥ ପୁଟାସିଂ କାର୍ଯ୍ୟାଳୟ କୁ ପ୍ରକୃତ ପୁଟାସିଂ ଗ୍ରାମକୁ ସ୍ଥାନାନ୍ତରିତ କରିବା ଦାବୀ ନେଇ ଆଗାମୀ ୮ ,୯,୧୦ ତାରିଖ ତିନି ଦିନ ଧରି ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିଆଯିବ ବୋଲି ମାର୍କ୍ସବାଦ ,ଲେଳିନବାଦ ଲିବେରେସନ କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତା ମାନେ ଚେତାବନୀ ଦେଇଛନ୍ତି।

Exit mobile version