Site icon Ethara Sambhala

ରାସ୍ତା ଅବରୋଧ କରୁଛି କୂତ୍ରିମ ପୋଖରୀ ; ପ୍ରଶାସକ ଆଖି ଥାଇ ବି ଅନ୍ଧ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଗୁଣପୁର ଓ ପାରଳାଖେମୁଣ୍ଡି କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ର ପାରଳାଖେମୁଣ୍ଡି ଠାରୁ ୨୦୦ ମିଟର ଦୂରରେ ଥିବା ରାଜ୍ୟ ପଣ୍ୟାଗାର ନିକଟରେ ବର୍ଷା ପାଣି ଜମିରହି କୃତିମ ପୋଖରୀ ସୃଷ୍ଟି କରିଛି । ଫଳରେ ଏହି ରାସ୍ତାଦେଇ ଯାତାୟାତ କରୁଥିବା ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏନେଇ ସ୍ଥାନୀୟ ଜନସାଧାରଣ ପୂର୍ତ୍ତ ବିଭାଗ ବିଭାଗୀୟ ଅଧିକାରୀ , ରାସ୍ତା ଓ କୋଠା ବାଡି ବିଭାଗୀୟ ଅଧିକାରୀ ଓ ପୋୖର ପରିଷଦ ଅଧିକାରୀ ଙ୍କୁ ଦୀର୍ଘ ୨ବର୍ଷ ହେଲା ଅଭିଯୋଗ କରି ଆସୁଥିଲେ ସୁଦ୍ଧା କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିନଥିବାରୁ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି ।ପ୍ରତିକାର ସ୍ୱରୂପ ଏହି ରାସ୍ତା ମରାମତି କରାଯାଇ ଏଠାରୁ ଏହି କୃତ୍ରିମ ପୋଖରୀ କୁ ହଟା ନଗଲେ ଜନ ଅସନ୍ତୋଷ ଆନ୍ଦୋଳନର ଦାନା ବାନ୍ଧିବ ବୋଲି ମତପ୍ରକାଶ ପାଇଛି । ଯଥା ଶୀଘ୍ର ରାସ୍ତା ମରାମତି କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଗଜପତି ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରାଯାଇଛି ।

Exit mobile version