Site icon Ethara Sambhala

ବରଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷା ଙ୍କ ଟିମ ଦିଲ୍ଲୀ ଦରବାରରେ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ବରଗଡ ଜିଲ୍ଲା ର କେତେକ ଉନ୍ନୟନମୂଳକ କାର୍ଯ୍ୟ କୁ ଦୃଷ୍ଟିରେ ରଖି ଦିଲ୍ଲୀ ଦରବାରରେ ଯାଇ ପହଞ୍ଚିଛନ୍ତି lତାଙ୍କ ସାଥିରେ ବରଗଡ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମଦନ ଦୀପ, ଜିଲ୍ଲାପରିଷଦ ସଭ୍ୟ ଅଶୋକ ସାହୁ, ଶଙ୍କର ଖାଲଖୋ,ସଭ୍ୟା କୁମୁଦିନୀ ସାହୁ ସମାଜସେବୀ ଜୟ ନିଗମ, ଗୋପାଳ ପଟେଲ,ମଥୁରା ପଟେଲ ତତ୍ ସଙ୍ଗେ ସଙ୍ଗେ ପଦ୍ମପୁର ଉପଖଣ୍ଡ ର ଜଣାଶୁଣା ଡାକ୍ତର ସୁଦୀପ୍ତ କୁମାର ସାହୁ ଯାଇ ବରଗଡ ଜିଲ୍ଲା ଅଧିନସ୍ଥ ପଛୁଆ ଅଞ୍ଚଳ ଭାବେ ବିବେଚିତ ହୋଇଥିବା ଆଦିବାସୀ ଅଧ୍ୟୁଷିତ ପଦ୍ମପୁର ଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ବରଗଡ ରେ ଏକ ସୈନିକ ସ୍କୁଲ ଖୋଲିବା ନେଇ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀମାନ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି l ଦିଲ୍ଲୀ ଦରବାର ସମ୍ପର୍କରେ ଶ୍ରୀମତୀ ସାହୁ ଙ୍କୁ ଫୋନ ଯୋଗେ ଆମ ପ୍ରତିନିଧି ଯୋଗାଯୋଗ କରିବାରୁ ସେ କହିଲେ ଯେ, ଅନେକ ସମସ୍ୟା ଦାବୀ କୁ ନେଇ ଆମେ ଦିଲ୍ଲୀ କୁ ଆସିଛୁ, ଅପେକ୍ଷା କରନ୍ତୁ ଆଉ କିଛି ସମସ୍ୟା ଏବଂ ଦାବୀ ଏଇ ଦିନେ ଦୁଇଦିନ ମଧ୍ୟରେ ବିଭିନ୍ନ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଙ୍କ ସାଥିରେ ସାକ୍ଷାତ ପରେ ଆପଣ ମାନଙ୍କୁ ଜଣାଇଦିଆଯିବ l

 

Exit mobile version