Site icon Ethara Sambhala

ଭାଲେଣ୍ଟାଇନ୍ ଡେ ରେ ପ୍ରେମୀ ଯୁଗଳ ଧରା ପଡ଼ିଲେ ବିଛୁଆତି ଗଛ ଉପହାର ଦେବ (ନାରୀ ସେନା) କଳିଙ୍ଗସେନା !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପ୍ରେମ ର ମାସ ହେଉଛି ଫେବୃଆରୀ। ଗତ 7 ତାରିଖରୁ ପ୍ରେମ ସପ୍ତାହ ଆରମ୍ଭ ହୋଇଥିବା ବେଳେ ଆସନ୍ତା 14 ତାରିଖ ହେଉଛି ପ୍ରେମ ଦିବସ ବା ଭାଲେଣ୍ଟାଇନ୍ ଡେ। ଭାଲେଣ୍ଟାଇନ୍ ଡେ ରେ ପ୍ରେମୀ ଯୁଗଳ ଅଶ୍ଳୀଳ ଅବସ୍ଥା କିମ୍ବା ଦୃଷ୍ଟି କଟୁ କାର୍ଯ୍ୟକରୁଥିବା ବେଳେ ଧରା ପଡ଼ିଲେ ସେମାନଙ୍କୁ ବିଛୁଆତି ଗଛ ଉପହାର ଦେବ ନାରୀ କଳିଙ୍ଗସେନା ।

ସିନେମାହଲ , ପାର୍କ , ଉଦ୍ୟାନ ଓ ସର୍ବସାଧାରଣ ଜାଗାରେ କଳିଙ୍ଗ ସେନା ର 50 ଉର୍ଦ୍ଧ ଯୁବକ, 150 ଉର୍ଦ୍ଧ ଯୁବତୀ ସହର ରେ ବୁଲି ଅଶ୍ଳୀଳନତା କୁ ବିରୋଧ କରିବ ବୋଲି କଳିଙ୍ଗ ସେନା ପକ୍ଷରୁ ମହିଳା ମୋର୍ଚ୍ଚା ଅଧକ୍ଷା ସୁଭଦ୍ରା ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଥିଲେ।

କଳିଙ୍ଗ ସେନା ର ଚେତାବନୀ କୁ ଆଖି ଆଗରେ ରଖି ସହର ର ବିଭିନ୍ନ ସ୍ଥାନ ରେ ପେଟ୍ରୋଲିଂ ନିମନ୍ତେ ପୋଲିସ ମୁତୟନ କରିଛି କମିଶନରେଟ ପୋଲିସ । ଯୁବ ସମାଜ ର ସ୍ଥାୟିତ୍ୱ କଳିଙ୍ଗ ସେନା ର ଦାୟିତ୍ଵ ବୋଲି ନାରୀ ସେନା ଅଧକ୍ଷା ସୁଭଦ୍ରା ମିଶ୍ର କହିଛନ୍ତି । ଏଥିରେ ନାରୀ ସେନା ଅଧକ୍ଷା ସୁଭଦ୍ରା ମିଶ୍ର ଙ୍କ ସହ ସମ୍ପାଦିକା ସିମ୍ରନ୍ ଅଧିକାରୀ ଓ ସଦସ୍ୟା ବିନୋତା ମହାନ୍ତି, ପୂଜା ବେହେରା, ବବିତା ଶର୍ମା ଓ ଛନ୍ଦ୍ରୀକା ସିଂ ସମୂହ ଉପସ୍ଥିତ ଥିଲେ।

Exit mobile version