Site icon Ethara Sambhala

ସର୍ଦ୍ଦାର ରାଜସ୍ ମେଡିକାଲ କଲେଜ ଦୁର୍ନୀତିର ତଦନ୍ତ କରିବ ଇଡି ।

ଏଥର ସମ୍ଭାଳ ବ୍ୟୁରୋ (କଳାହାଣ୍ଡି) – ସର୍ଦ୍ଦାର ରାଜସ୍ ମେଡିକାଲ କଲେଜ ଦୁର୍ନୀତିର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। କଲେଜରେ ହୋଇଥିବା ଆର୍ଥିକ ଅନିୟମିତତାର ଖୋଳତାଡ଼ ହେବ। କେମିତି ଜାଲିଆତି କରି ଆଡମିଶନ ପାଇଁ ଅନୁମତି ଅଣାଯାଇଥିଲା ସେନେଇ ତଦନ୍ତ ହେବ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସହ ହୋଇଥିବା ଏମଓୟୁକୁ କିପରି ଉଲ୍ଲଂଘନ କରାଯାଇଥିଲା ଓ ରାଜ୍ୟ ସରକାରଙ୍କ ୧୦ କୋଟି ଓ ୨୫ ଏକର ଜମି ପାଇବା ସତ୍ତ୍ୱେ କାହିଁକି ମେଡିକାଲ କଲେଜର ଭିତ୍ତିଭୂମି ବୃଦ୍ଧି କରାଯାଇନଥିଲା, ସେନେଇ ଖୋଳତାଡ଼ ଚାଲିବ।

ଏଥିସହ ଶତାଧିକ ଛାତ୍ରଛାତ୍ରୀଙ୍କଠାରୁ ବେଆଇନ ଭାବେ ଅର୍ଥ ସଂଗ୍ରହ ସହ ସେମାନଙ୍କ ଭବିଷ୍ୟତ ସହ କିପରି ଖେଳ ଖେଳା ଯାଇଥିଲା ସେ ଦିଗକୁ ନେଇ ମଧ୍ୟ ତଦନ୍ତ କରିବ ଇଡି।

ଆବଶ୍ୟକ ପଡିଲେ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମ୍ୟାନେଜିଂ ଟ୍ରଷ୍ଟି ଏ. ଜନସେଲ ରାଜାକୁ ସମନ କରିପାରେ ଇଡି। ସେଲଭମ ଏଜୁକେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଥିଲେ ଏ. ଜନସେଲ ରାଜା। ଘଟଣାରେ କ୍ରାଇମବ୍ରାଞ୍ଚର ଅପରାଧ ଅର୍ଥନୈତିକ ଶାଖା-EOW ଏ. ଜନସେଲ ରାଜାଙ୍କୁ ରାଜ୍ୟ ବାହାରୁ ଗିରଫ କରିଥିଲା। ସେଲଭମ୍ ଏଜୁକେସନ୍ ଟ୍ରଷ୍ଟ ହିଁ ସେଠାରେ ମେଡିକାଲ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ସହ MOU କରିଥିଲା।

Exit mobile version