Site icon Ethara Sambhala

ପ୍ରଶାସନ ର ଅବହେଳା ର ଶିକାର ରେ ଲଖମରା ହସ୍ପିଟାଲ ପଡା…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ବରଗଡ଼) – ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଳକ ରେ ଅଧିନରେ ଯାଉଥିବା ଲଖମରା ଗ୍ରାମ ପ୍ରବଳ ବର୍ଷା ଜନିତ କାରଣ ରୁ ଉବୁଟୁବୁ ହେବାରେ ଲାଗିଲାଣି lସରାଇପାଲି-ପଦ୍ମପୁର ର ମୁଖ୍ୟ ରାସ୍ତା କଡ଼ରେ ଥିବା ଘରମାନଙ୍କରେ ପାଣି ଲହଡ଼ା ମାରୁଥିବା ବେଳେ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ଯେ, ଲୋକେ ପାଣିରେ ସନ୍ତରଣ ଅଭ୍ୟାସ କଲେ ମଧ୍ୟ ଚଳିବ lଛୋଟ ଛୋଟ ପୋଲ ଉପରେ ଲୋକେ ଅମାନିଆ ଭାବେ ଘର ତିଆରି କରିବା ଫଳ ସ୍ୱରୂପ ଏଇ ଅବସ୍ଥା ବୋଲି ଅନୁମେୟ lଗ୍ରାମ ଭିତର ସମସ୍ତ ପାଣି ଏଇ ପଥଦେଇ ନିସ୍କାସନ ହୋଇ ଅଙ୍ଗ ନଇ ରେ ପ୍ରବାହିତ ହୋଇଥାଏ l

ଏ ଭଳି ପରିସ୍ଥିତି ଭବିଷ୍ୟତ ରେ ସୃଷ୍ଟି ହେବ ବୋଲି ଅନୁମାନ କରି ଗତ କିଛି ଦିନ ପୂର୍ବେ ଲୋକ ସ୍ଥାନୀୟ ପ୍ରଶାସନ ତଥା ତହସିଲଦାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ସେମାନଙ୍କ ନିରବତା କାରଣ ରୁ ଏ ଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଲୋକେ ମତବ୍ୟକ୍ତ କରିଛନ୍ତି lଏଣୁ ଅତିଶିଘ୍ର ସ୍ଥାନୀୟ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ବର୍ଷା ପାଣି ନିଷ୍କାସନ କରି ବାସଗୃହ ଗୁଡ଼ିକୁ ସୁରକ୍ଷା ଦେବାର ବନ୍ଦୋବସ୍ତ କରନ୍ତୁ ନଚେତ ପାଣି ଘେରରେ ଥିବା ବାସଗୃହ ଗୁଡିକ ସମ୍ପୁର୍ଣ୍ଣ ରୂପେ ଭୂଷୁଡି ଯିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ !

Exit mobile version