Site icon Ethara Sambhala

ଡକ୍ଟର ସଦାଶିବ ତ୍ରିପାଠୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ।

!!! ନବରଙ୍ଗପୁର ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ଏସ॰ଏନ ପଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ନବରଙ୍ଗପୁର)- ନବରଙ୍ଗପୁର ମାଟିର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ସଦାଶିବ ତ୍ରିପାଠୀ ଙ୍କ ଶ୍ରାଦ୍ଧ ଦିବସ ଆଜି ପାଳନ କରାଯାଇଅଛି । ଜିଲ୍ଲାପ୍ରଶାସନ, ପୌରପାଳିକା ନବରଙ୍ଗପୁର ଆନୁକୁଲ୍ୟରେ ସଦାଶିବ ତ୍ରିପାଠୀ ପାର୍କ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଯୋଗଦେଇ ସଦାଶିବ ତ୍ରିପାଠୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ର ଇ ତ, ଉପଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ହଳଧର ନିଆଲ୍, ଶ୍ରୀ କେଦାରନାଥ ତ୍ରିପାଠୀ ଯୋଗଦେଇ ଡକ୍ଟର ସଦାଶିବ ତ୍ରିପାଠୀ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ୍ ଅର୍ପଣ କରିଥିଲେ। ଏଥିରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ବିଭାଗୀୟ ଅଧିକାରୀ, କର୍ମଚାରୀ ପ୍ରମୁଖ ଯୋଗଦେଇ ଶ୍ରଦ୍ଧା ସୁମନ୍ ଅର୍ପଣ କରିଥିଲେ। ମହାମାରୀ କୋରୋନା କଟକଣା ଯୋଗୁଁ ସୀମିତ ପଦାଧିକାରୀ, ବ୍ୟକ୍ତି ବିଶେଷଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Exit mobile version