Site icon Ethara Sambhala

ଶିବସେନାକୁ ନାରାୟଣ ରାଣେଙ୍କ ଚେତାବନୀ, ‘ମୁଁ ବହୁତ କିଛି ଜାଣିଛି’…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଏବଂ ଶିବସେନା ମଧ୍ୟରେ ବିବାଦ ଏବେ ବଢ଼ିବାରେ ଲାଗିଛି। ଆଜି ପୁଣି ଶିବସେନାକୁ ଚେତାବନୀ ଦେବାକୁ ଯାଇ ସେ କହିଛନ୍ତି, ଚାପୁଡା ମାରିବା କଥା କହି କିଛି ଭୁଲ୍ କରି ନାହାନ୍ତି। କ୍ଷମତାରେ ଅଛନ୍ତି ବୋଲି ସେମାନେ (ଶିବସେନା) ମୋତ୍ ଗିରଫ କରିଥିଲେ। ହେଲେ ମୁଁ ଅନେକ ନେତାଙ୍କ ବାବଦରେ ଜାଣିଛି। ଆଗାମୀ ଦିନରେ ସମସ୍ତ ନେତାଙ୍କ ପୋଲ୍ ଖୋଲିବେ ବୋଲି ନାରାୟଣ ରାଣେ ଶିବସେନାକୁ ଚେତାବନୀ ଦେଇଛନ୍ତି। ଶିବସେନାର କୌଣସି ନେତାଙ୍କ ନାମ ନନେଇ ସେ କହିଛନ୍ତି ଯେ ତାଙ୍କ ଭାଇଙ୍କ ସ୍ତ୍ରୀ ଉପରେ ଏସିଡ୍ ପକାଇବାକୁ କିଏ କହିଛନ୍ତି ସେ ଜାଣନ୍ତି। ଗତ ସପ୍ତାହରେ ରତ୍ନଗିରି ଜିଲ୍ଲାର ‘ଜନ ଆଶୀର୍ବାଦ୍ ଯାତ୍ରା’ କରିବା ସମୟରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା କଥା କହିଥିଲେ। ଏହା ପରେ ମଙ୍ଗଳବାର ତାଙ୍କୁ ପୁଲିସ ଗିରଫ କରିଥିଲା ଏବଂ କିଛି ଘଣ୍ଟା ପରେ ତାଙ୍କୁ ଜାମିନ ମିଳିଥିଲା। ତେବେ ଯେଉଁ ମନ୍ତବ୍ୟ ପାଇଁ ସେ ଗିରଫ ହୋଇଛନ୍ତି ତାହା ଭୁଲ୍ ନୁହେଁ ବୋଲି ଜାମିନ ପାଇବା ପରେ ଦ୍ୱିତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, “ମୁଁ କିଛି ଭୁଲ କରି ନାହିଁ। ଶିବସେନା କ୍ଷମତାରେ ରହିଛି। ତେଣୁ ସେମାନେ ମୋତେ ଗିରଫ କଲେ। କରୋନା ସଂକ୍ରମଣରେ ମହାରାଷ୍ଟ୍ର ଏକ ନମ୍ବର ସ୍ଥାନରେ ରହିଛି। କୋଭିଡ ସମୟରେ ସେ କୌଣସି ପଦକ୍ଷେପ ନେଇ ନଥିଲେ ସେମାନେ (ଶିବସେନା)। ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଛି। ତାଙ୍କର ମ୍ୟାନେଜର ଦିଶା ସାଲିଆନଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି”। ଶୁକ୍ରବାର ସେ ତାଙ୍କର ପୁରୁଣା ଦଳକୁ ଚେତାବନୀ ଦେବାକୁ ଯାଇ କହିଛନ୍ତି ଯେ ମୁଁ ତାଙ୍କ ସହ ୩୯ ବର୍ଷ କାମ କରିଛି। ଅନେକ ନେତାଙ୍କ ପୋଲ୍ ଜାଣିଛନ୍ତି ଆଗାମୀ ଦିନରେ ଗୋଟି ଗୋଟି କରି ହିସାବ କରିବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ନାରାୟଣ ରାଣେ ଶିବସେନାରୁ ନିଜର ରାଜନୀତିକ ଇନିଂସ ଆରମ୍ଭ କରିଥିଲେ। ୧୯୯୯ରେ ସେ ଶିବାସେନାରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୫ରେ ଦଳ ବିରୋଧୀ କାମ ପାଇଁ ବହିଷ୍କୃତ ହୋଇଥିଲେ। ଏହା ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୧୭ରେ ସେ କିନ୍ତୁ ସେ ମହାରାଷ୍ଟ୍ର ସ୍ୱାଭିମାନ ପକ୍ଷ ଦଳ ଗଠନ କରିଥିଲେ। ୨୦୧୮ରେ ସେ ବିଜେପିକୁ ସମର୍ଥନ କରିଥିଲେ ଏବଂ ବିଜେପି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ଅକ୍ଟୋବର ୨୦୧୯ରେ ସେ ନିଜ ଦଳକୁ ବିଜେପି ସହିତ ମିଶାଇ ଦେଇଥିଲେ। ଜୁଲାଇରେ ନାରାୟଣ ରାଣେ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଏବେ ତାଙ୍କ ପାଖରେ ଏମଏସଏମଇ ବିଭାଗ ରହିଛି।

Exit mobile version