Site icon Ethara Sambhala

ସବ୍‌କା ସାଥ, ସବ୍‌କା ବିକାଶରେ ଯୋଡ଼ି ହେଲା ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ …!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଦେଶବାସୀଙ୍କ ବିକାଶ ପାଇଁ ଅନେକ ଯୋଜନା କରାଯାଇଛି। କେହି ଯେପରି ସରକାରୀ ସୁବିଧାରୁ ବଞ୍ଚିତ ନ ହେବେ ତାହା ହିଁ ଆମର ଉଦ୍ଦେଶ୍ୟ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସହିତ ସବ୍‌କା ସାଥ, ସବ୍‌କା ବିକାଶରେ ସେ ଯୋଡ଼ିଛନ୍ତି ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ। ଆଜି ୭୫ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଐତିହାସିକ ଲାଲକିଲ୍ଲାରୁ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି।  ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେ ପକାଇବା ସହ କରୋନା ଯୋଦ୍ଧାଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।  ଏଥିସହ ଅଲିମ୍ପିକ୍ସରେ ଭାଗ ନେଇଥିବା ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ବର୍ଷ ବର୍ଷ ଧରି ଭାରତ ସ୍ୱାଧୀନତା ପାଇବା ପାଇଁ ସଂଘର୍ଷ କରିଛି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ ଜୀ ହୁଅନ୍ତୁ ଅବା ଦେଶକୁ ଏକଜୁଟ ରାଷ୍ଟ୍ର ପରିଣତ କରିବା ସରଦାର ପଟେଲ ହୁଅନ୍ତୁ ଅଥବା ଭାରତକୁ ଭବିଷ୍ୟତର ପଥ ଦେଖାଇଥିବା ବାବା ସାହେବ ଆମ୍ବେଦକର, ଦେଶ ଏହିପରି ପ୍ରତ୍ୟେକ ମହାନ ବ୍ୟକ୍ତିତ୍ୱଙ୍କୁ ମନେ ରଖିଛି। ଦେଶ ଏ ସମସ୍ତଙ୍କ ଋଣି ବୋଲି ମୋଦି କହିଥିଲେ। ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପୂର୍ବରୁ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ପାଇଁ ଲକ୍ଷ୍ୟ ରଖାଯାଇଛି।  ଏଥିପାଇଁ ଦେଶବାସୀ ସଂକଳ୍ପ ନେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଶକ୍ତିକ୍ଷେତ୍ରରେ ଆତ୍ମନିର୍ଭର ପାଇଁ ପ୍ରଧାନମନ୍ତ୍ରୀ ହାଇଡ୍ରୋଜେନ୍ ମିଶନ ଘୋଷଣା କରିଛନ୍ତି।  ଏଥିସହ ଦେଶର ସବୁ ସୈନିକ ସ୍କୁଲରେ ଝିଅଙ୍କୁ ପଢିବାକୁ ସୁଯୋଗ ମିଳିବ  ବିକାଶ ପ୍ରକ୍ରିୟାରେ କେହି ଯେପରି ବାଦ ନ ପଡନ୍ତି ଆମକୁ ନିଶ୍ଚିତ କରିବାକୁ ପଡିବ ବୋଲି ସେ କହିଛନ୍ତି। ଭାରତକୁ ଗ୍ରୀନ ହାଇଡ୍ରୋଜେନ ହବ୍ କରିବାକୁ ଲକ୍ଷ୍ୟ ରଖାଯାଇଥିବାରୁ ପ୍ରଧାନମନ୍ତ୍ରୀ ନ୍ୟାସନାଲ୍ ହାଇଡ୍ରୋଜେନ ମିଶନ ଘୋଷଣା କରିଛନ୍ତି।  ଆମେ ଆଜି ଯେଉଁ ସଂକଳ୍ପ କରୁଛୁ ତାହା ୨୦୪୭ରେ ପୂରଣ ହେବ।  ସ୍ୱାଧୀନତାର ସ୍ୱର୍ଣ୍ଣିମ ପୂର୍ତ୍ତିରେ ତାହା ସମସ୍ତେ ଉପଲବ୍ଧ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଆଉ କ’ଣ ସବୁ କହିଛନ୍ତି ସେ ସବୁ ସଂକ୍ଷିପ୍ତ ରେ ଜାଣିବା ଆସନ୍ତୁ …!

Exit mobile version