Site icon Ethara Sambhala

ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ଓବିସିରୁ ଜଣକୁ ମୁଖ୍ୟମନ୍ତ୍ରୀ କରାନ୍ତୁ – ଶ୍ରୀକାନ୍ତ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ପଛୁଆ ବର୍ଗଙ୍କ ପାଇଁ ପଞ୍ଚାୟତ ଓ ଅନ୍ୟ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି  ସଭାପତି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା। ଏନେଇ ଆଜି ସେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଲୋକଙ୍କ ନଜର ହଟେଇବା ପାଇଁ  ବିଜେଡିର ଏହି ଚାଲ  ବୋଲି ସେ କହିଛନ୍ତି। ଶ୍ରୀକାନ୍ତ କହିଛନ୍ତି ଯେ, ସଂଖ୍ୟା ଯାହାର ଯେତେ, ସିଏ ସେତେ ଭାଗ ପାଇବ। ପଛୁଆ ବର୍ଗଙ୍କୁ ସଂରକ୍ଷଣ ନ ଦେଲେ ମଧ୍ୟ ସେମାନଙ୍କ ସଂଖ୍ୟା ଦୃଷ୍ଟିରୁ ସେମାନେ ନିର୍ବାଚିତ ହୋଇ ଆସିବେ। ଯଦି ମୁଖ୍ୟମନ୍ତ୍ରୀ ରାଜ୍ୟରେ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି, ତେବେ ଦୀର୍ଘ ବର୍ଷ ହେଲାଣି ମୁଖ୍ୟମନ୍ତ୍ରୀ ରହିଲେଣି, ଏବେ ପଦ ଛାଡି ପଛୁଆ ବର୍ଗରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତୁ। ନଚେତ୍ ତିନି ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାନ୍ତୁ। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇ ପତ୍ର ଲେଖିବେ କହିଛନ୍ତି ଶ୍ରୀକାନ୍ତ।  ରାଜ୍ୟର ୯୪%  ପଛୁଆବର୍ଗଙ୍କ ପାଇଁ ମାତ୍ର ୧୧ ଜଣ ମନ୍ତ୍ରୀ ଥିବା ବେଳେ ଉଚ୍ଚ ବର୍ଗଙ୍କ ୬% ରେ ୯ ଜଣ  ମନ୍ତ୍ରୀ ଅଛନ୍ତି । ଗତକାଲିର ବିଜେଡିର ଏହି ଘୋଷଣା ପରେ ଓବିସି ମାନଙ୍କ ପ୍ରତି ମାନସିକତା ସ୍ପଷ୍ଟ ହୋଇଛି।  ସେ ହକିଛନ୍ତି ଯେ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୨୭ ପ୍ରତିଶତ ଓଵିସି ପ୍ରାର୍ଥୀଙ୍କୁ ଦଳୀୟ ଭାବେ ସଂରକ୍ଷଣ ଦେଇ ଲଲିପପ୍ ଧରାଇଛନ୍ତି ମୁଖ୍ୟମନ୍ତ୍ରୀ । ଛୋଟିଆ ଖେଳ ଖେଳିଛନ୍ତି । ଆଜି ପର୍ଯ୍ୟନ୍ତ ନିଯୁକ୍ତି ଓ ଶିକ୍ଷାରେ ଓଵିସିଙ୍କୁ ସଂରକ୍ଷଣ ଦେଇନାହାନ୍ତି । ଓଵିସିଙ୍କୁ ନ୍ୟାୟ ଦେବା ପାଇଁ ସୁପ୍ରିମକୋର୍ଟ ଯାଇଛନ୍ତି ହେଲେ ଓକିଲ ଦେଇନାହାନ୍ତି । କେବେ ଅରଜେଣ୍ଟ ମ୍ୟାଟର ବୋଲି ଲେଖିନାହାନ୍ତି । ଓଵିସିଙ୍କୁ ସାମ୍ବିଧାନିକ ଅଧିକାରରୁ ବଂଚିତ କରିବା ପାଇଁ ଷଡ଼ଯନ୍ତ୍ର ହୋଇଛି । ଲୋକଙ୍କ ନଜର ହଟାଇବା ପାଇଁ ପଞ୍ଚାୟତରେ ଓଵିସି ପ୍ରାର୍ଥୀ ପାଇଁ ଘୋଷଣା କରିଛି ବିଜେଡ଼ି । ଯଦି ପ୍ରକୃତରେ ରାଜନୈତିକ ନ୍ୟାୟ ଦେବାକୁ ଚାହୁଁଛନ୍ତି ।, ଯଦି ଇତିହାସ ରଚିବାକୁ ଚାହୁଁଛନ୍ତି ତେବେ ମୁଖ୍ୟମନ୍ତ୍ରୀ ନିଜେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଓବିସି ବର୍ଗରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରାନ୍ତୁ । ଏସସି ଏସଟି ଏବଂ ଓବିସିଙ୍କ ସଂଖ୍ୟା ୯୪ ପ୍ରତିଶତ ହୋଇଥିବା ବେଳେ ମାତ୍ର ୧୦ ଜଣଙ୍କୁ କାହିଁକି ମନ୍ତ୍ରୀ ପଦ ଦିଆଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଆଉ ସାଧାରଣ ବର୍ଗରୁ ୬ ପ୍ରତିଶତ ଥିବାବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ମନ୍ତ୍ରୀ ପଦ ଦିଆଯାଇଛି । ପଛୁଆ ବର୍ଗଙ୍କୁ ଏ ଅନ୍ୟାୟ କଣ ପାଇଁ କରିଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ସେ ପ୍ରଶ୍ନ କରିଛନ୍ତି ।

Exit mobile version