Site icon Ethara Sambhala

ମୋ ବାପା-ମାଆଙ୍କ ଅଞ୍ଚଳକୁ ଅବହେଳା କରାଯାଇଛି: ସୌମ୍ୟ ପଟ୍ଟନାୟକ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- କେନ୍ଦୁଝରରେ ଷ୍ଟିଲ୍ ପ୍ଲାଣ୍ଟ ହେବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାକୁ ନେଇ ନିଜ ମତ ରଖିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, କେବଳ କେନ୍ଦୁଝର ନୁହେଁ, ଓଡ଼ିଶାର ବିଭିନ୍ନ ଜାଗାରେ ଷ୍ଟିଲ୍ ପ୍ଲାଣ୍ଟ ପାଇଁ ବହୁତ ସୁଯୋଗ ଓ ସମ୍ଭାବନା ଅଛି। କେନ୍ଦୁଝର ହେଉଛି ମୋର ପିତୃ ଓ ମାତୃ ଭୂମି। କେନ୍ଦୁଝର ମୋ ଜନ୍ମଭୂମି ନହେଲେ ବି ଓଡ଼ିଶାରେ କେନ୍ଦୁଝରକୁ ଅବହେଳା କରାଯାଇଥିବା ମୁଁ ବିଶ୍ୱାସ କରୁଛି। ସୌମ୍ୟ ପଟ୍ଟନାୟକ ଆହୁରି କହିଛନ୍ତି, ଗତ ୧୦-୧୫ ବର୍ଷ ହେଲା ରାଜ୍ୟରେ ଯେଉଁମାନେ ବିତ୍ତଶାଳୀ ହୋଇଛନ୍ତି, କେନ୍ଦୁଝର ମାଟିର ଗୋଟିଏ ଗୋଟିଏ ଧୂଳିକଣା ବା ଖଣି ଖାଦାନ ସେମାନଙ୍କୁ ବିତ୍ତଶାଳୀ କରିଛି। ତେବେ ସେହି ବ୍ୟକ୍ତି ମାନେ କେନ୍ଦୁଝରରୁ ନେଇଥିବା ଋଣ ପରିଶୋଧ କରନ୍ତୁ ବୋଲି କହିଛନ୍ତି ସୌମ୍ୟ। ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲାରେ ୭୯୨୦ କୋଟି ଟଙ୍କା ବ୍ୟୟରେ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ନେଇ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହି ଘୋଷଣା ପରେ ବହୁ ଦିନର ଜିଲ୍ଲାବାସୀ ଦାବି ପୂରଣ ହୋଇଥିବା କହିଛି ବିଜେଡ଼ି। ଜିଲ୍ଲାରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା ପରେ ନିଯୁକ୍ତି ସୁଯୋଗ ବଢ଼ିବ ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି ବିଜେଡି। ତେବେ ଏହି ଘୋଷଣାକୁ କେନ୍ଦୁଝରବାସୀଙ୍କୁ ଲଲୀପପ ଦେଇଥିବା ଓ ଲୋକଙ୍କୁ ଭୁଆଁ ବୁଲାଯାଉଥିବା ପ୍ରକାଶ କରିଛି ବିଜେପି।

Exit mobile version