Site icon Ethara Sambhala

ରୋମାନ୍ସ କରିବେ ‘ରକି ଔର ରାଣୀ’…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଜଣେ ରକି ଏବଂ ଆଉ ଜଣେ ରାଣୀ। ଆଉ ଏଦୁହିଁଙ୍କ ପ୍ରେମ କାହାଣୀକୁ ପରଦାରେ ଉତାରିବେ ନିର୍ଦ୍ଦେଶକ କରନ ଜୋହର। ୨୦୧୬ରେ ସୁପରହିଟ୍ ଫିଲ୍ମ ଏ ଦିଲ୍ ହେ ମୁସକିଲର ନିର୍ଦ୍ଦେଶନା ଦେଇଥିଲେ କରନ। ଏବେ ୫ ବର୍ଷ ପରେ ରକି ଔର ରାଣୀ କି ପ୍ରେମ କାହାଣୀ ଜରିଆରେ ସେ ପୁଣି ନିର୍ଦ୍ଦେଶନାକୁ ଫେରୁଛନ୍ତି। ରକି ହେବେ ରଣବୀର ସିଂହ ଏବଂ ରକିଙ୍କ ରାଣୀ ହେବେ ଆଲଆ ଭଟ୍ଟ। ଲିଡ୍ ରୋଲରେ ପୁଣି ନଜର ଆସିବେ ଗଲି ବୟର ଲିଡ୍ ଷ୍ଟାର। ଇନଷ୍ଟାଗ୍ରାମରେ ଫିଲ୍ମର ମୋସନ ପୋଷ୍ଟର ଜାରି କରିବା ସହ ଅପ୍ କମିଂ ଫିଲ୍ମର ଘୋଷଣା କରିଛନ୍ତି କରନ। ପୋଷ୍ଟର ସହ କରନ ଲେଖିଛନ୍ତି ଯେ, ନିଜ ପସନ୍ଦର ଲୋକଙ୍କ ସାମ୍ନାରେ କ୍ୟାମେରା ଲେନ୍ସର ପଛକୁ ଯିବାକୁ ରୋମାଞ୍ଚିତ । ଅର୍ଥାତ୍‌, ପୁଣି ନିର୍ଦ୍ଦେଶନା ପାଇଁ ଅଣ୍ଟା ଭିଡିଛନ୍ତି କରନ ଜୋହର । ଇଶିତା ମୋଇତ୍ରା, ଶଶାଙ୍କ ଖୈତାନ ଏବଂ ସୁମିତ ରୟଙ୍କ ଦ୍ୱାରା ଫିଲ୍ମର କାହାଣୀ ଲେଖାଯାଇଛି। ୨୦୨୨ରେ ଫିଲ୍ମ ‘ରକି ଔର ରାଣୀ କି ପ୍ରେମ କାହାଣୀ’ ସିଲଭରସ୍କ୍ରିନକୁ ଆସିବା ସମ୍ଭାବନା ରହିଛି । ନିଜ ଜନ୍ମ ଦିନରେ କରନଙ୍କ ଏହି ପୋଷ୍ଟକୁ ସେୟାର କରିଛନ୍ତି ରଣବୀର ସିଂହ। ଲେଖିଛନ୍ତି, ମୋର ବିଶେଷ ଦିନରେ ବିଶେଷ ଘୋଷଣା ହୋଇଛି। ‘ରକି ଔର ରାଣୀ କି ପ୍ରେମ କାହାଣୀ’ ନେଇ ମୁଁ ପ୍ରସ୍ତୁତ। ସେପଟେ ଆଲିଆ ଭଟ୍ଟ ମଧ୍ୟ ଫିଲ୍ମର ପୋଷ୍ଟର ସେୟାର କରିବା ସହ ନୂଆ ଫିଲ୍ମକୁ ନେଇ ସେ ବେଶ୍ ଉତ୍ସାହିତ ଥିବା ଲେଖିଛନ୍ତି।

Exit mobile version